ଜୀବନ କ୍ଷଣ କ୍ଷଣକେ ଆନ's image
Love PoetryPoetry1 min read

ଜୀବନ କ୍ଷଣ କ୍ଷଣକେ ଆନ

Dibyashree JenaDibyashree Jena March 4, 2023
Share0 Bookmarks 42 Reads0 Likes

ନା ତୁ କେବେ କହିଲୁ


ନା ମୁଁ କହି ପାରିଲି


ତୋ ପାଦ ବି ଅଟକିଗଲା


ଆଉ ମୋର ବି ବାନ୍ଧି ହେଇଗଲା


କଥାଟା କହି ଦେଇଥିଲେ ତ


କଥା ସରି ଯାଇଥାନ୍ତା


କିନ୍ତୁ ନା ତୁ ଆରମ୍ଭ କରି ପାରିଲୁ


ନା ମୁଁ ଶେଷ କରି ପାରିଲି


ତୁ ତୋ ବାଟରେ ଚାଲିଗଲୁ


ଆଉ ମୁଁ ମୋ ବାଟରେ


ଦୁଇଟି ସମାନ୍ତରାଳ ରାସ୍ତାରେ


ଏମିତି ଛୋଟ ଛୋଟ କଥାରେ,


ମନ ମାରି ବସିଲେ


ମନେଇବ କିଏ?


ଜୀବନ କ୍ଷଣ କ୍ଷଣକେ ଆନ


ଆଜି ଅଛି କାଲି ନାହିଁ


କାଲି ଯଦି କେହି ଚାଲିଯାଏ


ତାହେଲେ ପସ୍ତେଇବ କିଏ?


  • ଦିବ୍ୟାଶ୍ରୀ (Dibyashree)

No posts

Comments

No posts

No posts

No posts

No posts